ବିଦ୍ୟାଳୟ ପରିସରକୁ ବୃନ୍ଦାବନର ରୂପ ଦେଲେ କୁନି କୁନି ପିଲା
Posted On : September 8th, 2026 To : School Eventsକଟକ, ତା. ୦୩/୯: କୁନି କୁନି ପିଲାଙ୍କ ରାଧାକୃଷ୍ଣ ବେଶ, ନୃତ୍ୟ, ଦୋଳି ଓ ଦହିଚୋରିର ମନମୁଗ୍ଧକର ଦୃଶ୍ୟରେ ଆଜି କଟକ ସଦର ୪୨ ମୌଜାସ୍ଥିତ ଆର୍ ଏମ୍ ସ୍କୁଲ୍ ପରିସର ମୁଖରିତ ହୋଇଉଠିଥିଲା। ପିଲାମାନଙ୍କ ଉତ୍ସାହ ଓ ଆନନ୍ଦରେ ବିଦ୍ୟାଳୟ ପରିସର ଯେପରି ଶ୍ରୀକୃଷ୍ଣଙ୍କ ଲୀଳାଭୂମି ବୃନ୍ଦାବନର ରୂପ ଧାରଣ କରିଥିଲା।
ବିଦ୍ୟାଳୟର ପ୍ରତିଷ୍ଠାତା ତଥା ପୂଜ୍ୟ ବିଜ୍ଞାନୀ ଗୁରୁ ଶ୍ରୀସନ୍ଥଙ୍କ ନିର୍ଦ୍ଦେଶ ଏବଂ ଉପାଧ୍ୟକ୍ଷା ସରସ୍ୱତୀ ସାମନ୍ତରାୟଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଜନ୍ମାଷ୍ଟମୀ ଉତ୍ସବ ଭବ୍ୟ ଓ ଆନନ୍ଦମୟ ପରିବେଶରେ ପାଳିତ ହୋଇଥିଲା। ଶତାଧିକ ଛାତ୍ରଛାତ୍ରୀ ରଙ୍ଗିନ ପୋଷାକରେ ରାଧାକୃଷ୍ଣଙ୍କ ବେଶ ଧାରଣ କରି ନୃତ୍ୟ, ଦୋଳି ଖେଳ, ଦହିଚୋରି ସମେତ ବିଭିନ୍ନ ଆକର୍ଷଣୀୟ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।
ଉତ୍ସବକୁ ସଫଳ ଓ ସୁନ୍ଦର କରିବାରେ ବିଦ୍ୟାଳୟର ଶିକ୍ଷୟିତ୍ରୀମାନେ ପିଲାମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ସାଜସଜ୍ଜା, ଦୋଳି ବନ୍ଧା ଓ ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ନେଇଥିଲେ।
ଏହି ଅବସରରେ ପ୍ରିୟତମା ସ୍ୱାଇଁ, ବର୍ଷା ମୂଳିଆ, ଅଲିଭା ଦଳାଇ, ପ୍ରିୟଙ୍କା ପ୍ରିୟଦର୍ଶନୀ, ତୃପ୍ତିମୟୀ ନାୟକ, ସ୍ମୃତିପଜ୍ଞା ମହାପାତ୍ର, ସୁଜାତା ପ୍ରଧାନ ଓ ରାଜଲକ୍ଷ୍ମୀ ସାହୁ ପ୍ରମୁଖ ଉପସ୍ଥିତ ରହି ଉତ୍ସବର ସଫଳତାରେ ସହଯୋଗ କରିଥିଲେ।
ଭବ୍ୟ ଓ ଦିବ୍ୟ ଜନ୍ମାଷ୍ଟମୀ ଆୟୋଜନ ପାଇଁ ପ୍ରତିଷ୍ଠାତା ପୂଜ୍ୟଗୁରୁ ଶ୍ରୀସନ୍ଥ, ଉପଦେଷ୍ଟା ଆର୍. ପି. ସିଂହ, ସଂଯୋଜକ ଭାରତ ଭୂଷଣ ରାୟ, ଉପାଧ୍ୟକ୍ଷା ସରସ୍ୱତୀ ସାମନ୍ତରାୟ ଓ ସମସ୍ତ ଷ୍ଟାଫ୍ଙ୍କୁ ଉଚ୍ଚ ପ୍ରଶଂସା ସହ ଧନ୍ୟବାଦ ଅର୍ପଣ କରାଯାଇଥିଲା।














